Friday, February 20, 2026 08:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ରେ ବିରୋଧୀ ଦଳ

ଏସଆଇଟି ତଦନ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by Our Correspondent
27 Nov, 2020- 11:15 PM
in Latest News, News
1 min read
0
ମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ରେ ବିରୋଧୀ ଦଳ

ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ ପରୀ ମୃତ୍ୟୁ ମାମଲାର ଗମ୍ଭୀରତାକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକୁ ନ୍ୟାୟ ଦେବା ପାଇଁ ଏସଆଇଟିକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପରୀ ମୃତ୍ୟୁରେ ସେ ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ମୋ ସରକାର ସର୍ବଦା ଆଇନକୁ ତା ବାଟରେ ଯିବାକୁ ଦେଇ ନ୍ୟାୟ ଅପେକ୍ଷା କରେ । ମୁକ୍ତ ଓ ଅବାଧ ତଦନ୍ତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଗୃହକାର୍ଯ୍ୟରେ ଅଂଶଗ୍ରହଣ ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ଘୋଷଣା ଓ ଗୃହକାର୍ଯ୍ୟରେ ସହଯୋଗ କରିବା ଅନୁରୋଧକୁ ଗ୍ରହଣ କରିନି ବିଜେପି । ମାମଲା ସିବିଆଇକୁ ହସ୍ତାନ୍ତର ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ବିଧାୟକମାନେ ହଙ୍ଗାମା ଜାରି ରଖିବାରୁ ଗୃହକାର୍ଯ୍ୟ ଆଜି ମଧ୍ୟ ଚାଲି ପାରିନି । ଫଳରେ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ସମ୍ଭବ ହୋଇନି ।

ଆଜି ଗୃହକାର୍ଯ୍ୟ ଆରମ୍ଭ କ୍ଷଣି, ଗତକାଲି ଭଳି ବିଜେପି ଓ କଂଗ୍ରେସ ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ କଂଗ୍ରେସ ସଦସ୍ୟମାନେ ଏସଆଇଟି ତଦନ୍ତ ଦାବି କରିଥିଲା ବେଳେ ବିଜେପି ସଦସ୍ୟମାନେ ସିବିଆଇ ତଦନ୍ତ ଦାବିରେ ଅଡ଼ି ବସି ଗୃହରେ ହୋ ହଲ୍ଲା ଓ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ତମାମ ଗୃହ ଚଳେଇବା ବାଚସ୍ପତିଙ୍କ ପକ୍ଷରେ ସମ୍ଭବ ନଥିଲା ।

ଖାଲି ବିଧାନସଭା ନୁହେଁ, ପରୀ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି ଏହି ପ୍ରସଙ୍ଗକୁ ଜୋର୍ ଧରିଛି । ‘ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ’ ବୋଲି ଗତକାଲି ବିଧାନସଭାରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବିବୃତି ବିରୋଧୀ ଦଳ ଉପରେ ପ୍ରଭାବ ପକାଇନାହିଁ । ପରୀ ମୃତ୍ୟୁ ଘଟଣାରେ ରାଜନୀତି ନ କରି ନିରପେକ୍ଷ ତଦନ୍ତରେ ସମସ୍ତେ ସହଯୋଗ କରିବାକୁ ଅରୁଣ ନିବେଦନ କରିଥିଲେ । ମାତ୍ର ବିରୋଧୀ ଦଳର ଜିଦ୍, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

କହିବା ବାହୁଲ୍ୟ ଯେ ୫ ବର୍ଷର କୁନିଝିଅ ପରୀକୁ ମାରିଥିବା ଅପରାଧୀଙ୍କୁ ଧରିବାରେ ନିଷ୍କ୍ରିୟତା ଓ ବିଫଳତା ପାଇଁ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ । ପୁଲିସ ତଦନ୍ତ କେଉଁବାଟରେ ଅଟକିଛି ଡିଜି ସମୀକ୍ଷା କଲେନାହିଁ । ଏହି ଦୋଷରୁ ରାଜ୍ୟ ସରକାର ମୁକୁଳି ପାରିବେ ନାହିଁ । ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ମାମଲାରେ ବିରୋଧୀ ଦଳ ଆଜି ପର୍ଯ୍ୟନ୍ତ ଚୁପ୍ ବସିଥିଲେ । ପରୀକୁ ନ୍ୟାୟ ଦେବା ପାଇଁ ସେମାନଙ୍କର ହୃଦୟ କାନ୍ଦୁ ନ ଥିଲା । ଗତ ମଙ୍ଗଳବାର ଦିନ ପରୀର ବାପାମାଆ ବିଧାନସଭା ସମ୍ମୁଖରେ ଆତ୍ମହୂତି ଦେବାକୁ ଉଦ୍ୟମ କଲା ପରେ ଯାଇ ଉଭୟ ସରକାର ଓ ବିରୋଧୀ ଦଳକୁ ବୁଦ୍ଧି ପଶିଛି ।

କ୍ରାଇମବ୍ରାଞ୍ଚ ଓ ଏସଆଇଟି ତଦନ୍ତ ଘୋଷଣା କରି ରାଜ୍ୟ ସରକାର ତତ୍ପର ହୋଇଥିଲା ବେଳେ ପ୍ରତିକ୍ରିୟାଶୂନ୍ୟ ବିରୋଧୀ ଦଳଗୁଡ଼ିକର ଏବେ ଚୈତନ୍ୟ ଉଦୟ ହୋଇଛି । ବିଧାନସଭା ଓ ରାଜରାସ୍ତା ଫଟାଉଛନ୍ତି । ବିଜେପି ନେତ୍ରୀମାନେ ପରୀ ଘରକୁ ଯାଇ ଶାନ୍ତ୍ୱନା ଦେଉଛନ୍ତି । ଏଥିରେ ପରୀକୁ ନ୍ୟାୟ ଦେବାର ଆନ୍ତରିକତା ଯେତିକି ନାହିଁ, ରାଜନୈତିକ ଫାଇଦା ଗୋଟାଇବାରେ ଅଧିକ ଆନ୍ତରିକତା ଥିବାର ଲକ୍ଷଣ ଦେଖିବାକୁ ମିଳୁଛି । ସମ୍ଭବତଃ ଏକମାତ୍ର ଉଦ୍ଦେଶ୍ୟ, ପରୀ ନ୍ୟାୟ ପାଉ କି ନ ପାଉ, ଜଣେ ମନ୍ତ୍ରୀଙ୍କୁ ହଟାଇ ପାରିଲେ ତାହା ସେମାନଙ୍କ ପାଇଁ ବଡ଼ ହେବ । ବାହାବା ମିଳିବ ।

ସୂଚନାଥାଉକି, ଲକଡାଉନ୍ ସମୟରେ ଖୋଦ୍ ରାଜଧାନୀରେ ଜଣେ ନାବାଳିକାକୁ ୭ ଜଣ ଯୁବକ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମାଆଙ୍କ ଏତଲା ଆଧାରରେ ମହିଳା ଥାନା ପୁଲିସ ପୋକସୋ ଆକ୍ଟରେ ମାମଲା ରୁଜୁ କରିବାର ଇତିମଧ୍ୟରେ ୩ ମାସ ହୋଇଗଲାଣି । ୧୩ ବର୍ଷର ପୀଡ଼ିତା ଝିଅକୁ ଧରି ମାଆ ନ୍ୟାୟ ଭିକ୍ଷା କରୁଥିଲେ ମଧ୍ୟ ପୁଲିସଠାରୁ ନ୍ୟାୟ ପାଉନାହାନ୍ତି ।

ଏଭଳି ଏକ ସମ୍ବେଦନଶୀଳ ମାମଲା ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ବିରୋଧୀ ଦଳ ପାଟି ଫିଟାଉନାହାନ୍ତି । ବିଜେପି ନେତା ଓ ନେତ୍ରୀମାନେ ମୁହଁରେ ପଟି ଭିଡ଼ିଛନ୍ତି । ନା ପୁଲିସର ନିଷ୍କ୍ରିୟତା ଉପରେ ଅଙ୍ଗୁଳି ଉଠାଉଛନ୍ତି ନା ପୀଡ଼ିତାଙ୍କୁ ଆହା ପଦେ କହୁଛନ୍ତି । ଏହା ପଛର ରହସ୍ୟ ସମସ୍ତଙ୍କୁ ଜଣା ।

Previous Post

ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

Next Post

ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

Next Post
ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA