Friday, February 20, 2026 11:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପରୀ ମୃତ୍ୟୁ ମାମଲାରେ ତେଜିଲା ରାଜନୀତି

ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ: ଅରୁଣ

by Our Correspondent
26 Nov, 2020- 08:29 PM
in Latest News, News
1 min read
0
ପରୀ ମୃତ୍ୟୁ ମାମଲାରେ ତେଜିଲା ରାଜନୀତି

ଅରୁଣଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଙ୍ଗାମା, ବିଧାନସଭା ଅଚଳ

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ଆଜି ବିଧାନସଭାରେ କମ୍ପମାନ କରିଥିଲେ ବିରୋଧୀ ଦଳ । ବିରୋଧୀ ଦଳର ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ଗୃହ ଚାଲି ପାରି ନ ଥିଲା । ବିରୋଧୀଙ୍କ ଟାର୍ଗେଟ୍ ରେ ଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ହତ୍ୟାକାରୀକୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ପରୀ ବାପାମାଆଙ୍କ ଅଭିଯୋଗକୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ଅସ୍ତ୍ର କରିଥିଲେ । ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା ଏକ ଫାର୍ସ ବୋଲି ସେମାନେ କହିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ସାହୁ ଗୃହରେ ନିଜର ଜବାବ ରଖିଛନ୍ତି । କହିଛନ୍ତି,

‘ଛୋଟ ଝିଅ ପରୀର ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ସେଥିରେ ମୁଁ ଗଭୀର ମର୍ମାହତ ହୋଇଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । ମୋର ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ । ଯେ କୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରିବା ସହ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ । ଏଥିରେ ଯିଏ ବି ଜଡ଼ିତ ହୋଇଥାଆନ୍ତୁ ନା କାହିଁକି ସିଏ ଦଣ୍ଡିତ ହେବା ଦରକାର । ମୋର ଅନୁରୋଧ ଏହାକୁ ରାଜନୀତିକରଣ ନ କରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ୍ । ସତ୍ୟର ଉନ୍ମୋଚନ ପାଇଁ ପ୍ରାଧାନ୍ୟ ଦେବା ଦରକାର । ପରୀ ନ୍ୟାୟ ପାଉ ଏବଂ ସତ୍ୟ ଉନ୍ମୋଚନ ହେଉ ।’

ଆଜି ବିଧାନସଭା ଆରମ୍ଭ ହେଲା କ୍ଷଣି ବିଜେପି ସଭ୍ୟମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ଆଗରେ ଛିଡ଼ା ହୋଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ । କଂଗ୍ରେସ ସଭ୍ୟମାନେ ମଧ୍ୟ ଅନୁରୂପ ଦାବିରେ ହୋ ହଲ୍ଲା କରିଥିଲେ । ଫଳରେ ୫ ମିନିଟ୍ ପରେ ବାଚସ୍ପତି ଗୃହକୁ ୨୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ୨୦ ମିନିଟ୍ ପରେ ଗୃହରେ ଅନୁରୂପ ପରିସ୍ଥିତି ହେବାରୁ ବାଚସ୍ପତି ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ଅପରାହ୍ନ ଅଧିବେସନରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା ହଟ୍ଟଗୋଳ ଜାରି ରଖିବାରୁ ଗୃହ ଚଳାଇବା ସମ୍ଭବ ହୋଇନଥିଲା । ତେବେ ଗୃହରେ ବିବୃତ୍ତି ରଖିବାକୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ବିବୃତ୍ତି ରଖୁଥିବା ବେଳେ ବିରୋଧୀ ସଦସ୍ୟମାନେ ତାଙ୍କୁ ନ ଶୁଣି ନାରାବାଜି ଜାରି ରଖିଥିଲେ । ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଗୃହ ବାହାରକୁ ଆସି ଗଣମାଧ୍ୟମ ସାମନାରେ ମନ୍ତ୍ରୀ ଶ୍ରୀ ତାଙ୍କର ବିବୃତି ଦୋହରାଇଥିଲେ । ପରୀ ମୃତ୍ୟୁ ମାମଲାରେ ଯିଏ ବି ଦୋଷୀ ଥାଆନ୍ତୁ, ସେମାନଙ୍କୁ କଠୋର ଦଣ୍ଡ ମିଳୁ ଏବଂ ପରୀକୁ ନ୍ୟାୟ ମିଳୁ ବୋଲି କହିଥିଲେ । ଏହି ଘଟଣାରେ ରାଜନୀତି ନ କରିବାକୁ ବିରୋଧୀ ଦଳଙ୍କୁ ଅନୁରୋଧ କରିଥିଲେ ଅରୁଣ ।

Previous Post

ପରୀକୁ ନ୍ୟାୟ ଦେବ କ୍ରାଇମବ୍ରାଞ୍ଚ!!

Next Post

ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

Next Post
ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA