Wednesday, March 4, 2026 03:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅନଲକ୍ ଓଡ଼ିଶା: ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ

ଖୋଲିବ ମଲ୍, ସିନେମା ହଲ, ରେଷ୍ଟୁରାଣ୍ଟ୍, ପାର୍କ

by Our Correspondent
31 Jul, 2021- 04:46 PM
in Latest News, News
1 min read
0
ଅନଲକ୍ ଓଡ଼ିଶା: ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ

-ସାରା ରାଜ୍ୟରେ ସକାଳ ୬ରୁ ରାତି ୮ ଦୋକାନ ଖୋଲା
-ରାତି ୮ରୁ ସକାଳ ୬ ନାଇଟ୍ କର୍ଫ୍ୟୁ
-ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: ଧୀରେ ଧୀରେ ଅନଲକ୍ ପ୍ରକ୍ରିୟାକୁ ଆପଣୋଉଛନ୍ତି ରାଜ୍ୟ ସରକାର । ଅଗଷ୍ଟ ମାସ ପାଇଁ କଟକଣାକୁ ଆହୁରି କୋହଳ କରିଛନ୍ତି । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଛାଡ଼ିିଦେଲେ ବାକି ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗନ୍ୟ ଥିବାରୁ କଟକଣାକୁ ଅଧିକ କୋହଳ କରାଯାଇଛି । ଅଗଷ୍ଟ ମାସରେ ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ ରୁ ରାତି ୮ଟା ଯାଏଁ ଖୋଲା ରହିବ । ରାତି ୮ଟାରୁ ସକାଳ ୬ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ରହିବ ସପ୍ତାହାନ୍ତ ସଟଡାଉନ୍ । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ନିଷ୍ପତ୍ତି କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଘୋଷଣା କରିଛନ୍ତି ।

ସାରା ରାଜ୍ୟରେ ମଲ୍, ସିନେମା ହଲ୍, ଥିଏଟର୍, ବାର୍, ରେଷ୍ଟୁରାଣ୍ଟଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ସହ ୫୦% କ୍ଷମତାରେ ଏଗୁଡ଼ିକ ଚାଲିବ । ଖାଦ୍ୟ ପୁଡ଼ିଆ କିଣି ଘରକୁ ନେବାକୁ ପଡ଼ିବନି । ରେଷ୍ଟୁରାଣ୍ଟରେ ୫୦% ଲୋକ ବସି ଖାଇପାରିବେ । ସେହିଭଳି ରାସ୍ତାକଡ଼ ଜଳଖିଆ ଦୋକାନରେ ଛିଡ଼ା ହୋଇ ଲୋକମାନେ ଲୋକମାନେ ଜଳଖିଆ ଖାଇପାରିବେ । ସିନେମା ହଲ୍, ଥିଏଟର, ରେଷ୍ଟୁରାଣ୍ଟ ଆଦି ପ୍ରବେଶ ପାଇଁ ବୟସ୍କମାନଙ୍କୁ ଦୁଇଟି ଯାକ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।

ସେହିଭଳି ଆମୋଦଦାୟକ ପାର୍କ, ଚିଡ଼ିଆଖାନା, ମ୍ୟୁଜିୟମ୍, ମୀନାବଜାର ଆଦି ଖୋଲିବ । ପର୍ଯ୍ୟଟକମାନଙ୍କୁ ସମୁଦ୍ରକୂଳରେ ବୁଲିବା ପାଇଁ ଅନୁମତି ଦିଆଯାଇଛି ।

ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ତେବେ ଯେତିକି ସିଟ୍ ସେତିକି ଲୋକ ବସି ଯାତ୍ରା କରିପାରିବେ । ଘରୋଇ ଗାଡ଼ି, ଟାକ୍ସି, ଅଟୋ ଆଦି ଚଳାଚଳ ପାଇଁ କିଛି କଟକଣା ନାହିଁ । ତେବେ ସମସ୍ତେ କୋଭିଡ୍ ନିୟମ ମାନିବାକୁ ବାଧ୍ୟ ।

ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କ ଉପରେ ଛାଡ଼ିଛନ୍ତି । କୋଭିଡ୍ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଯାହା ନିଷ୍ପତ୍ତି ନେବେ । ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ସଂପୃକ୍ତ ପରିଚାଳନା କମିଟି ଉପରକୁ ଛଡ଼ାଯାଇଛି । ତେବେ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳିଲେ ମଧ୍ୟ ଭକ୍ତମାନେ କେବଳ ଦର୍ଶନ କରିପାରିବେ । ସେଠାରେ ଭୋଗ କରିପାରିବେ ନାହିଁ ।

ଅନ୍ୟପକ୍ଷରେ ଧାର୍ମିକ, ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇନି । ଏହା ଉପରେ କଟକଣା ପୂର୍ବଭଳି ଜାରି ରହିବ । ବାଣିଜି୍ୟିକ ମେଳା, ପ୍ରଦର୍ଶନ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି । ତେବେ ବ୍ୟବସାୟିକ ମିଟିଂ ଓ ଉଦଘାଟନ ଆଦି ପର୍ବ ପାଇଁ ସୀମିତ ସଂଖ୍ୟକ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି ।

ବିିବାହ ଓ ଅନ୍ତେଷ୍ଟିକ୍ରିୟା କଟକଣା ପୂର୍ବଭଳି ଜାରି ରଖାଯାଇଛି । ବିବାହରେ ୨୫ ଜଣ ଏବଂ ଅନ୍ତେଷ୍ଟିକ୍ରିୟାରେ ୨୦ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି । ଭୋଜିଭାତ ହୋଇପାରିବ ନାହିଁ । ଖାଦ୍ୟ ପୁଡ଼ିଆ ଦିଆଯାଇପାରିବ ।

ରାଜ୍ୟରୁ ଦ୍ୱିତୀୟ ଲହର କରୋନା ଯାଇନାହିଁ । ସମ୍ଭାବ୍ୟ ତୃତୀୟ ଲହର କରୋନା ପାଇଁ ବିଷେଷଜ୍ଞମାନେ ସତର୍କ କରିଥିବାରୁ ସମସ୍ତେ ସଜାଗ ରହିବାକୁ ପଡ଼ିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ଅନୁପାଳନ କରି ସରକାରଙ୍କୁ ସହଯୋଗ ଜାରି ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।

Previous Post

ସମ୍ପତ୍ତିର ପାହାଡ଼ରେ ଓଏସଏସସି ସଦସ୍ୟଙ୍କ ପିଏସ୍

Next Post

କଳାହାଣ୍ଡିରେ ଟିମ୍ ନବୀନ

Next Post
କଳାହାଣ୍ଡିରେ ଟିମ୍ ନବୀନ

କଳାହାଣ୍ଡିରେ ଟିମ୍ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA