Tuesday, February 24, 2026 09:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

ଜମି ଜାଲିଆତିରୁ ଖସିବା ପାଇଁ ମିଡ଼ିଆ ଅସ୍ତ୍ର

by Our Correspondent
02 Nov, 2020- 10:31 PM
in Crime, Latest News, News
1 min read
0
ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

ଭୁବନେଶ୍ୱର: ସାରୁଅରେ ଦଳିତ ଜମି ଲୁଟ୍ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଆଜି ଆଉ ଜଣଙ୍କୁ ଗିରଫ କରିଛି । ତାଙ୍କ ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ଓଟିଭିର ଅନ୍ୟତମ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ର ସେ ଜଣେ ଏଜେଣ୍ଟ । ସଂସ୍ଥାର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ଶିବଙ୍କ ବିରୋଧରେ ସମାନ ଦଫା ଆଇପିସି ଧାରା ୪୨୦/୪୨୩/୪୬୭/୪୬୮/୪୭୧/୧୨୦(ବି) ଏବଂ ଏସସି,ଏସଟି ଆକ୍ଟର ଧାରା ୩(୧)(ଜି)(କ୍ୟୁ) ଲଗାଯାଇଛି । କୋର୍ଟରେ ହାଜର ପରେ କ୍ରାଇବ୍ରାଞ୍ଚ ଅଧିକ ପଚରାଉଚୁରା କରିବା ପାଇଁ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମାତ୍ର ଖୋର୍ଦ୍ଧ ଜିଲ୍ଲା ଓ ଦୌରାଜଜ୍ ଦୁଇଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ।

ସାରୁଅରେ ଦଳିତଙ୍କ ଜମି ହାତେଇବା କାର୍ଯ୍ୟରେ ଶିବ କମ୍ପାନୀର ପ୍ରମୁଖ ଏଜେଣ୍ଟ ଥିଲେ । ତାଙ୍କ ହାତରେ ଥିଲା ଓଡ଼ିଶା ଇନଫ୍ରାଟେକ୍ ର ପାୱାର ଅଫ୍ ଆଟର୍ଣ୍ଣି । ଶିବଙ୍କ ଜରିଆରେ ୧୦୦ରୁ ଅଧିକ ଦଳିତଙ୍କ ପ୍ଲଟ୍ ଓଡ଼ିଶା ଇନଫ୍ରାଟେକ୍ ହାତକୁ ଆସିଥିବା ଜଣାପଡ଼ିଛି । ଖାଲି ରବି ସେଠୀ କି ଶିବ ଶ୍ରୀଚନ୍ଦନ ନୁହଁନ୍ତି ଦଳିତଙ୍କ ଜମି ହାତେଇବା କାର୍ଯ୍ୟରେ ଓଟିଭିର ଏହି ସହଯୋଗୀ ସଂସ୍ଥା ଅନେକ ଏଜେଣ୍ଟକୁ ନିଯୁକ୍ତି ଦେଇଥିଲା । କ୍ରାଇମବ୍ରାଞ୍ଚ ଏସବୁର ଖୋଳତାଡ଼ ଜୋରଦାର କରିଥିବାରୁ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ପାଖରେ ପହଞ୍ଚିବାକୁ ବିଳମ୍ବ ହେବ ନାହିଁ ବୋଲି କୁହାଯାଉଛି ।

ସେପଟେ ତିନି ଦିନିଆ ରିମାଣ୍ଡରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଆଜି ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଧିକାରୀମାନେ ଦିନତମାମ ଜେରା କରିଥିଲେ । ତାଙ୍କଠାରୁ ସାରୁଅ ଜମି ଜାଲିଆତିର ଅନେକ ତଥ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ସମ୍ଭବତଃ ଏହି ତଥ୍ୟ ଆଧାରରେ ଆଗକୁ ବଢ଼ି ଆଜି ଶିବଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ସାରୁଅରେ ଓଟିଭି ଷ୍ଟୁଡ଼ିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ଓଟିଭି କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରାପ୍ୟ ଦରମାରୁ ବଞ୍ଚିତ କରିବା ସହ ସାଦା କାଗଜରେ ଦସ୍ତଖତ କରିବାକୁ ଧମକ ଦେଉଥିବାରୁ ସେମାନେ ପ୍ରତିବାଦ ଧାରଣାରେ ବସିଛନ୍ତି । ଧାରଣାରୁ ଉଠିବା ପାଇଁ ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବାପା ଓ ଭାଇ ସେମାନଙ୍କୁ ଧମକୋଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ସାରୁଅ ଜମି କେଳେଙ୍କାରୀ ଉପରେ କାର୍ଯ୍ୟାନୁଷ୍ଠାନ ହେବା କ୍ଷଣି ପଣ୍ଡା କମ୍ପାନୀ ନିଜର ଓଟିଭିକୁ ଢ଼ାଲ୍ କରି ସମବେଦନା ଗୋଟାଇବାକୁ ଉଦ୍ୟମ କରିବା ବୁଦ୍ଧିଜୀବୀମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ମନୋରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ଭାବେ ଜମି ଜାଲିଆତିରେ ସଂପୃକ୍ତ ଅଛନ୍ତି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି । ସୁତରାଂ ଓଟିଭି ଚିଫ୍ ଫାଇନାନସିଆଲ୍ ଅଫିସର ଭାବେ ତାଙ୍କୁ ଗିରଫ କରାଯାଇନାହିଁ । ମାତ୍ର ଓଟିଭି ଅତ୍ୟନ୍ତ ଚତୁରତାର ସହ ଏହାକୁ ବିଭ୍ରାନ୍ତ କରି ଗଣମାଧ୍ୟମର କଣ୍ଠରୋଧ ବୋଲି ପ୍ରଚାର କରୁଛି ।

ନିଜର ସୁରକ୍ଷା ଉଦ୍ୟମରେ ଓଟିଭି ବିରୋଧୀ ଦଳର କିଛି ନେତାଙ୍କୁ ସହଜରେ ବୋକା ବନାଇପାରିଥିବା ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡ଼ିଆରେ ପଣ୍ଡାଙ୍କ ସପକ୍ଷରେ ଜନମତ ସୃଷ୍ଟି କରି ହୀରୋ ବନେଇବାକୁ ବି ଉଦ୍ୟମ କରାଯାଇଛି । ବିନା ନୋଟିସ୍ ରେ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଘରୁ ଉଠାଇନେବା କୁଆଡ଼େ ବେଆଇନ ବୋଲି ଓଟିଭି ପ୍ରଶ୍ନ ପଚାରୁଛି ।

କିଛି ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକଙ୍କ ମତରେ, ଏହାକୁ ହିଁ କହନ୍ତି ଚୋର ମୁହଁ ଟାଣ । ସାଧାରଣ ଲୋକଟି ଛୋଟ ଅପରାଧ କଲେ ଦଣ୍ଡ ଭୋଗି ନିଜକୁ ନିଜେ ଲଜ୍ଜାବୋଧ କରୁଛନ୍ତି । ମାତ୍ର ଏମାନେ ପଇସାବାଲା ବଡ଼ଲୋକ ଏବଂ ହାତରେ ଟିଭି ଅଛି ବୋଲି କ’ଣ ସେମାନଙ୍କ ପାଇଁ ସବୁ ମାଫ୍? ଟିଭିକୁ ଢ଼ାଲ୍ କରି ଏମାନଙ୍କର ବ୍ୟବସାୟିକ କାରବାର ସବୁଦିନ ଚାଲିଥିବ? ଅନ୍ୟମାନଙ୍କୁ ନିଜ ସପକ୍ଷରେ କୁହାଉଥିବା ଟୁଇଟ୍ ମାଷ୍ଟର୍ ବୈଜୟନ୍ତ ଓ ଜାଗୀ ପଣ୍ଡା ନିଜେ ସାମନାକୁ କାହିଁକି ଆସୁନାହାନ୍ତି? ସରକାରଙ୍କୁ ବୈଜୟନ୍ତ ନିଜେ ପ୍ରଶ୍ନ କରୁନାହାନ୍ତି କାହିଁକି? ତମେ ବେପାର ପାଇଁ ଯାବତୀୟ ବେଆଇନ କାରବାର କରିବ ଆଉ ଟିଭିକୁ ଢ଼ାଲ୍ କରି ସୁରକ୍ଷା ଖୋଜିବ ଏହାଠାରୁ ଲଜ୍ଜକର ଓ ଗର୍ହିତ କାର୍ଯ୍ୟ କିଛି ନାହିଁ ବୋଲି ସେମାନେ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ ଓଟିଭି ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି । ଧର୍ତ୍ତବ୍ୟମୂଳକ ଅପରାଧ କ୍ଷେତ୍ରରେ ପୁଲିସ ଅଭିଯୁକ୍ତଙ୍କୁ ବିନା ନୋଟିସ୍ ଏବଂ ବିନା ସର୍ଚ୍ଚ ୱାରେଣ୍ଟ୍ ରେ ଗିରଫ କରିପାରିବ । ଆଇନରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ବୋଲି ଶ୍ରୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଦଳିତଙ୍କ ଜମି ହଡ଼ପ ମାମଲାକୁ ସଙ୍ଗୀନ ଅପରାଧ ବୋଲି ସେ ଦର୍ଶାଇବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ରଖିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମଧ୍ୟ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସାରୁଅ ଜମି ଦୁର୍ନୀତି ମାମଲାକୁ କଡ଼ା ଭାଷାରେ ନିନ୍ଦା କରି ସିଧାସଳଖ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଓଟିଭିକୁ ଢ଼ାଲ୍ କରି ନିଜର ବ୍ୟବସାୟ ଚଳାଇଥିବା ବୈଜୟନ୍ତଙ୍କ ବେଆଇନ କାର୍ଯ୍ୟକଳାପ ସାରା ରାଜ୍ୟ ଦେଖିଛି । ଦଳିତଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସାରୁଅ ମାମଲାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଜାତୀୟ ଦଳିତ ଆଦିବାସୀ ମହାସଂଘ ସଭାପତି ଲିଟୁ ଦାସ କହିଛନ୍ତି । ଏହି ମାମଲାରେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ମୁଖ୍ୟ ଖଳନାୟକ ହୋଇଥିବାରୁ ସେମାନଙ୍କୁ ଆଗ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଆଜି ଟୁଇଟ୍ ଜରିଆରେ ବୈଜୟନ୍ତ ଓ ଓଟିଭି କାରବାରର ଗୁମର ଖୋଲିଛନ୍ତି । ଜୟ ପଣ୍ଡାଙ୍କର ୨୧ ଟି କମ୍ପାନୀରେ ସେୟାରହୋଲଡିଂ ଅଛି । ସେହିସବୁ କମ୍ପାନୀରେ ଯେ କୌଣସି ବେଆଇନ କାର୍ଯ୍ୟର ସୁରକ୍ଷା ପାଇଁ ଓଟିଭିକୁ ଢ଼ାଲ୍ କରାଯାଇଛି । ଜୟ ପଣ୍ଡାଙ୍କ ମାଲିକାନାରେ ଥିବା ଓଡ଼ିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ଗିରଫ ହୋଇଥିଲା ବେଳେ ଓଟିଭି ତାଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବା ତାହାର ଜ୍ୱଳନ୍ତ ଉଦାହରଣ । ଖଣି ମାଲିକ ଏବଂ ବ୍ୟବସାୟୀମାନେ ନିଜର ସୁରକ୍ଷା ପାଇଁ ମିଡ଼ିଆକୁ ଅସ୍ତ୍ର କରିବାର କୌଶଳ ଜୟ ପଣ୍ଡାଙ୍କଠାରୁ ଶିଖିବା ଉଚିତ୍ ବୋଲି ସସ୍ମିତ୍ କଟାକ୍ଷ କରିଛନ୍ତି ।

ତେବେ ସାରୁଅ ମାମଲାରେ ବୈଜୟନ୍ତଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଟୁଇଟ୍ ଟେ ମଧ୍ୟ ଆସିନାହିଁ । ଓଟିଭି ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ପାଇଁ ତାଙ୍କର ଓ ତତ୍ପରତା କୁମ୍ଭୀର କାନ୍ଦଣା ନିଜ ସହଯୋଗୀ ସଂସ୍ଥାର ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ ।

Previous Post

ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

Next Post

ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

Next Post
ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA