Wednesday, March 4, 2026 01:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିରଞ୍ଚି କଳା କାରନାମା: ଚାକିରି ଥୋପରେ ଇନସୁରାନ୍ସ ପଲିସି

ଓଏସଏସସି ନିଯୁକ୍ତି ଦୁର୍ନୀତି ରାକେଟ୍ ସମ୍ପର୍କରେ ଭିଜିଲାନସ୍ ଚୁପ!

by Our Correspondent
06 Aug, 2021- 09:35 PM
in Latest News, News
1 min read
0
ବିରଞ୍ଚି କଳା କାରନାମା: ଚାକିରି ଥୋପରେ ଇନସୁରାନ୍ସ ପଲିସି

ଭୁୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପରୀକ୍ଷାର୍ଥୀଙ୍କୁ ବକରା ବନାଇ ଟଙ୍କାର ପାହାଡ଼ ତିଆରି କରିଥିଲେ ପିଏସ୍ ବିରଞ୍ଚି ସାହୁ । ଚାକିରି ନାଁରେ କାହାଠାରୁ କେତେ ଟଙ୍କା ନେଇଛନ୍ତି ତାହା ଜଣାପଡ଼ି ନ ଥିଲା ବେଳେ ତାଙ୍କ ଆୟର ଆଉ ଏକ ବଡ଼ ଉତ୍ସର ସନ୍ଧାନ ମିଳିଛି । ୪ ଦିନିଆ ରିମାଣ୍ଡ ବେଳେ ବିରଞ୍ଚିଙ୍କଠାରୁ ଭିଜିଲାନସ୍ ଅଧିକାରୀମାନେ ଏହି ତଥ୍ୟ ସଂଗ୍ରହ କରିଛନ୍ତି । ପତ୍ନୀଙ୍କୁ ଏଜେଣ୍ଟ ସଜେଇ ପରୀକ୍ଷାର୍ଥୀମାନଙ୍କୁ ଏଲଆଇସି ପଲିସି ଜାଲ୍ ରେ ପକାଉଥିଲେ ବିରଞ୍ଚି । ଆଉ ଏହି କାରବାରରେ କମିଶନି ବାବଦ ପାଉଥିଲେ ପ୍ରଚୁର ଟଙ୍କା ।

୨୦୦୯ ମସିହାରୁ ବିରଞ୍ଚି ଏହି କାରବାର ଚଳାଇଥିଲେ । ନିଜେ ଚାକିରି କରିଥିବାରୁ ପତ୍ନୀଙ୍କୁ ଇନସୁରାନ୍ସ ପଲିସି ଏଜେଣ୍ଟ କରିଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପରୀକ୍ଷାର୍ଥୀଙ୍କୁ ଆଖିରେ ରଖି ଏହି ବେପାର ପସରା ଖୋଲିଥିଲେ । ପରୀକ୍ଷାର୍ଥୀଙ୍କୁ ଚାକିରି ଥୋପ ଦେଖାଇ ଇନସୁରାନ୍ସ ପଲିସି ଆଡକୁ ଆକୃଷ୍ଟ କରୁଥିଲେ । ଚାକିରି ଖଣ୍ଡେ ପାଇଁ ଆଶାୟୀମାନେ ବ୍ୟାକୁଳ ଥିବାରୁ ବିରଞ୍ଚି ପ୍ରଲୋଭନରେ ସହଜରେ ପଡ଼ିଯାଉଥିଲେ । ଗତ ୧୦ ବର୍ଷରେ ବିରଞ୍ଚି ର ୯୦୦ ଇନସୁରାନ୍ସ ଜାଲରେ ପଡ଼ିଥିବା ୯୦୦ ଜଣଙ୍କ ମଧ୍ୟରୁ ଅଧିକାଂଶ ଓଏସଏସସି ଚାକିରି ଆଶାୟୀ ବୋଲି ସନ୍ଦେହ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ଭିଜିଲାନସ୍ ସନ୍ଧାନ ପାଇଥିବା ୨୧ ଜଣ ଯାକ ଇନସୁରାନ୍ସ ପଲିସି ହୋଲଡର୍ ହେଉଛନ୍ତି ଓଏସଏସସି ପରୀକ୍ଷାର୍ଥୀ । ସମସ୍ତଙ୍କର ଠିକଣା ଯୋଗାଡ଼ କରାଯାଇ ତଦନ୍ତ ଆଗକୁ ଯାଉଛି ବୋଲି ଭିଜିଲାନସ୍ ଜାରି କରିଥିବା ପ୍ରେସ୍ ରିଲିଜ୍ ରେ କୁହାଯାଇଛି । ଏଥିରେ ବିରଞ୍ଚି ସମ୍ପତ୍ତି ତନାଘନା ସମ୍ପର୍କରେ ଆଉ କିଛି ସୂଚନା ଦିଆଯାଇଛି । ବିରଞ୍ଚି ଅଣ୍ଡରଭାଲ୍ୟୁସନ୍ ରେ ଜମି କିଣିଥିବା କୁହାଯାଇଥିବା ବେଳେ ତାଙ୍କର ବ୍ୟାଙ୍କ କାରବାର, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟ୍ ଇନଭେଷ୍ଟମେଣ୍ଟ, ଇନସୁରାନ୍ସ ପଲିସି ପ୍ରିମିୟମ୍ ଆଦିର ଛାନଭିନ୍ କରାଯାଉଥିବା କୁହାଯାଇଛି ।

ଆଉ ଏକ ସୂଚନା ଦିଆଯାଇଛି ଯେ ଗତ ୩୦ ତାରିଖରେ ବିରଞ୍ଚି ଙ୍କ ନିଳାଦ୍ରୀ ବିହାରସ୍ଥିତ ଘର ରେଡ୍ ବେଳେ ୧୧୪ ଓଏସଏସସି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମିଳିଥିଲା । ସେଥିମଧ୍ୟରୁ ୭ ଜଣ ଚାକିରି ପାଇଥିବା ତଦନ୍ତ ବେଳେ ଜଣାପଡ଼ିଛି । ଅବଶିଷ୍ଟ ୧୦୭ ଜଣ କୌଣସି ପରୀକ୍ଷାର ଯୋଗ୍ୟତା ତାଲିକାରେ ନାହାନ୍ତି । ତବେ ଏହାର ଅଧିକ ତଦନ୍ତ ଜାରି ରହିଛି ।

ଆଜି ବିିରଞ୍ଚିର ୪ ଦିନିଆ ରିମାଣ୍ଡ ଶେଷରେ ଭିଜିଲାନସ୍ ପକ୍ଷରୁ ଜାରି ଏହି ପ୍ରେସ୍ ରିଲିଜ୍ ରେ ଆଶ୍ଚର୍ଯ୍ୟଜନକ ଭାବେ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦିଆଯାଇଛି । ଓଏସଏସସି ରେ ନିଯୁକ୍ତି ଦୁର୍ନୀତିର ପୁଳା ପୁଳା ଅଭିଯୋଗ ସହ ଏଥିରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଥିଲେ ମଧ୍ୟ ଭିଜିଲାନସ୍ ସେ ଦିଗରେ କ’ଣ ତଦନ୍ତ କରୁଛି ତାହା ଜଣାଇଲା ନାହିଁ । ବିରଞ୍ଚିଙ୍କୁ ୪ ଦିନ ରିମାଣ୍ଡରେ ଆଣିଥିବା ଭିଜିଲାନସ୍ ତାଙ୍କଠାରୁ ନିଯୁକ୍ତି ଜାଲିଆତିର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଥିଲା । ମାତ୍ର ଭିଜିଲାନସ୍ ହାଣ୍ଡ ଆଉଟ୍ ରୁ ସେଭଳି କିଛି ଗନ୍ଧ ବାରି ହେଉନାହିଁ । ଲାଗୁଛି, କେବଳ ବିରଞ୍ଚିଙ୍କ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅଟକି ଯାଇଛି ଭିଜିଲାନସ୍ । ଓଏସଏସସି ନିଯୁକ୍ତି ଦୁର୍ନୀତି ଗୁମରକୁ ଭିଜିଲାନସ୍ ଜାଣିଶୁଣି ଟାଳି ଦେବାକୁ ଚାହୁଁନି ତ? ଏଇ ପ୍ରଶ୍ନ ଆଜି ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।

Previous Post

‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ଦାବି ପୁଣି ଉଠାଇଲା ବିଜେଡ଼ି

Next Post

ନବୀନଙ୍କ ପ୍ରଶଂସାରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି

Next Post
ନବୀନଙ୍କ ପ୍ରଶଂସାରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି

ନବୀନଙ୍କ ପ୍ରଶଂସାରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA