Monday, February 16, 2026 02:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ ଡାକ୍ତରୀ,ଇଂଜିନିୟରିଂରେ ସଂରକ୍ଷଣ

ରାଜ୍ୟ କ୍ୟାବିନେଟ୍ ରେ ୧୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

by Our Correspondent
28 Dec, 2020- 08:54 PM
in Latest News, News
1 min read
0
ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ ଡାକ୍ତରୀ,ଇଂଜିନିୟରିଂରେ ସଂରକ୍ଷଣ

ଭୁବନେଶ୍ୱର: ବର୍ଷ ଶେଷରେ ବଡ଼ ନିଷ୍ପତ୍ତି । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ସିଟ୍ ସଂରକ୍ଷିତ ରହିବ । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି ।

ସରକାରୀ ସ୍କୁଲ୍ ରେ ପାଠ ପଢ଼ୁଥିବା ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ କୋଚିଂ ସୁବିଧା ପାଉ ନ ଥିବାରୁ ପ୍ରବେଶିକା ପରୀକ୍ଷାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ସବୁ ଯୋଗ୍ୟତା ଥାଇ ବି ଡାକ୍ତରୀ କିମ୍ବା ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାରୁ ବଞ୍ଚିତ ହେଉଥିବାରୁ ସମାନତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସଂରକ୍ଷଣ ବ୍ୟବସ୍ଥା କିଭଳି ହେବ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତାହା ବିଚାର କରିବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ଅଧ୍ୟକ୍ଷ ରହିବେ । ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଦସ୍ୟ ରହିବେ । କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । କମିଟି ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।

ସୂଚନାଥାଉକି, ଗତ ସପ୍ତାହରେ ଅନୁଷ୍ଠିତ ବିଜେଡ଼ିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିଥିଲେ । ରାଜ୍ୟ ସରକାର ଅବିଳମ୍ବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ଏଇ ଗୋଟିଏ ନୁହେଁ, ବିଜେଡ଼ି ରାଜ୍ୟ ପରିଷଦରେ ପାରିତ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଉପରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି ।

ଲୋକମାନଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଯୋଗାଇଦେବାକୁ ବିଜେଡ଼ି ରାଜ୍ୟ ପରିଷଦରେ ଗ୍ରହଣ ହୋଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ନିଜ ପ୍ରତିବଦ୍ଧତା ଦେଖାଇଛନ୍ତି । ଏଥିପାଇଁ ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାର କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଏବଂ ଛୋଟ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଯାଏଁ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ସମସ୍ତେ ଏହାକୁ ଦେଖିବା ପାଇଁ ପବ୍ଲିକ୍ ଡୋମେନ୍ ରେ ରଖାଯିବ । ପ୍ରତିବର୍ଷ ସମ୍ପତ୍ତି ତାଲିକାର ନକଲ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ।

ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁର କରିଛି । ବରପୁତ୍ରମାନଙ୍କୁ ଉପଯୁକ୍ତ ସମ୍ମାନ ସହ ସେମାନଙ୍କର ଜନ୍ମ ଓ ମୃତୁ୍ୟ ବାର୍ଷିକୀ ପାଳନ କରାଯିବ । ସ୍କୁଲ ପାଠ୍ୟକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ କାର୍ଯ୍ୟ, ଜୀବନୀ ସ୍ଥାନ ପାଇବ । ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ଏ ସମ୍ପର୍କିତ ବିଷୟ ଚୟନ କରାଯିବ । ବରପୁତ୍ରମାନଙ୍କ ବିଷୟରେ ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଇ ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏଥିପାଇଁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ ।

ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ଶତବାର୍ଷିକୀ ପାଳନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ମହାତ୍ମାଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଛନ୍ତି । ମାର୍ଚ୍ଚ ୨୩, ୧୯୨୧ ରେ ମହାତ୍ମା ଗାନ୍ଧୀ ପ୍ରଥମଥର ଓଡ଼ିଶା ଆସି କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ । ଓଡ଼ିଶାରେ ଗାନ୍ଧୀଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣଈୟ କରିବା ପାଇଁ ୨୩ ମାର୍ଚ୍ଚ ୨୦୨୧ ରୁ ଏକ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶତବାର୍ଷିକୀ ମହାସମାରୋହ ପାଳନ କରାଯିବ । ମହାତ୍ମାଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବା ସହିତ ଆମ ଯୁବପିଢ଼ୀକୁ ମହାତ୍ମାଙ୍କ ମହାନୀୟତାରେ ଉଦବୁଦ୍ଧ କରିବାରେ ସହାୟକ ହେବ ବୋଲି କୁହାଯାଇଛି ।

ଅନ୍ୟ ନିଷ୍ପତ୍ତି ମଧ୍ୟରେ ରହିଛି, ପ୍ରାସଙ୍ଗିକତା ହରାଇଥିବା ୨୦୬ ଟି ପୁରୁଣା ଆଇନ ହଟାଯିବ । ୧୯୭୪ ରୁ ୨୦୧୬ ମସିହା ମଧ୍ୟରେ ଏହି ଆଇନଗୁଡ଼ିକ ପ୍ରଣିତ ହୋଇଥିଲା । ମାତ୍ର ଏବେ ତାହା ଅପ୍ରାସଙ୍ଗିକ ହୋଇପଡ଼ିଥିବା ସରକାର ହୃଦବୋଧ କରିଛନ୍ତି ।

ଓକିଲମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଂଜୁର କରିଛନ୍ତି । ଏଥିରେ କୌଣସି ଓକିଲଙ୍କ ମୃତ୍ୟୁ ହେଲେ କିମ୍ବା ଅକ୍ଷମତା ପାଇଁ ସେବାରୁ ନିବୃତ୍ତ ହେଲେ ତାଙ୍କୁ ଅଧିକ ସହାୟତା ମିଳିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ମୋଟ ୧୨ ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

Previous Post

ଶୀତ କାକରରେ ପଡ଼ିଥିବା ମଣିଷଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ଉଦ୍ୟମ

Next Post

ହ୍ୱିଲ୍ ଚେୟାରରୁ ରକ୍ତଦାନ

Next Post
ହ୍ୱିଲ୍ ଚେୟାରରୁ ରକ୍ତଦାନ

ହ୍ୱିଲ୍ ଚେୟାରରୁ ରକ୍ତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA