Friday, April 17, 2026 10:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆସୁଣୁ କୀଳା ଡାକିଲେ ପୂଜାରୀ

by Our Correspondent
03 Jun, 2017- 10:09 AM
in Latest News
1 min read
0
ଆସୁଣୁ କୀଳା ଡାକିଲେ ପୂଜାରୀ

ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀ ହବାର ମାସେ ନ ପୂରୁଣୁ ନିଜ ପାଇଁ ଏକ ବଢ଼ିଆ କୀଳା ଖଂଜିଛନ୍ତି ନିରଂଜନ ପୂଜାରୀ । ଅର୍ଥ ବିଭାଗର ଅନୁମୋଦନ ନ ଥାଇ ସହରାଞ୍ଚଳରେ ଠିକା ନିଯୁକ୍ତି ପାଇଥିବା କମ୍ୟୁନିଟି ଅର୍ଗାନାଇଜରମାନଙ୍କୁ ତାଙ୍କ ବିଭାଗ ଗ୍ରେଡ-ପେ’ ରେ ଅର୍ନ୍ତଭୁକ୍ତ କରିଛନ୍ତି । ନିଜେ ମନ୍ତ୍ରୀ ଏହି ବେଆଇନ ନିଷ୍ପତ୍ତି ଉପରେ ଦସ୍ତଖତ ମାରିଛନ୍ତି ।

ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲିଟି ଏବଂ ସୁଡ଼ାରେ କମ୍ୟୁନିଟି ଅର୍ଗାନାଇଜର ପଦବୀରେ ଶହ ଶହ ମହିଳା କାର୍ଯ୍ୟ କରୁଛନ୍ତି । ନଗର ଉନ୍ନୟନ ବିଭାଗ ଅଧିକାଂଶଙ୍କୁ ଠିକା ନିଯୁକ୍ତି ଦେଇଛି । ସେମାନଙ୍କ ମଧ୍ୟରୁ କିଛି ମଂଜୁରୀପ୍ରାପ୍ତ ପଦବୀରେ ନିଯୁକ୍ତି ପାଇଥିବା ବେଳେ ଆଉ କିଛି ବିନା ମଂଜୁର ପଦବୀରେ ଆଡଜଷ୍ଟ ହୋଇଛନ୍ତି । କନସଲିଡେଟେଡ୍ ଦରମା ଭାବେ ସେମାନେ ମାସକୁ ପାଉଛନ୍ତି ୯ ହଜାର ଟଙ୍କା । ଇତିମଧ୍ୟରେ ଅର୍ଥ ବିଭାଗର ଅନୁମତିକ୍ରମେ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ଆଡହକ କର୍ମଚାରୀଙ୍କୁ ଗ୍ରେଡ-ପେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା । କେଉଁ ସ୍କେଲ ଅଫ-ପେ ରେ କେତେ ଗ୍ରେଡ-ପେ ଲାଗୁ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇଥିଲା । କମ୍ୟୁନିଟି ଅର୍ଗାନାଇଜରଙ୍କ କ୍ଷେତ୍ରରେ ୯,୩୦୦ ସ୍କେଲ ଅଫ-ପେ ପାଉଥିଲେ ୪୨୦୦ ଟଙ୍କା ଗ୍ରେଡ-ପେ ପାଇବାକୁ ଯୋଗ୍ୟ ହେବେ ବୋଲି ନିୟମ ଅଛି । ମାତ୍ର ଧୂଆ ମୂଳା ଅଧୂଆ ମୂଳା ନୀତିରେ ୯୦୦୦ ଟଙ୍କା ପେ- ସ୍କେଲରେ ଥିବା ଠିକା କର୍ମଚାରୀଙ୍କ ପାଇଁ ମଧ୍ୟ ୪୨୦୦ ଟଙ୍କା ଗ୍ରେଡ-ପେ ଲାଗୁ କରାଯାଇଛି । ଯାହାକି ସରକାରୀ ନିୟମର ସମ୍ପୂର୍ଣ୍ଣ ବିରୋଧୀ । ଆଇନ ଆଖିରେ ଏହା କଦାପି ସମ୍ଭବ ନୁହେଁ ବୋଲି ଜଣାପଡ଼ିଛି । ସୁଡ଼ାର ୧୪ତମ ଗଭର୍ଣ୍ଣି ବଡ଼ି ମିଟିଂରେ ହୋଇଥିବା ବିଚାର ଆଧାରରେ ନଗର ଉନ୍ନୟନ ବିଭାଗ ଏହି ନୀତିଗତ ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଆଶ୍ଚର୍ଯ୍ୟର କଥା ଗ୍ରେଡ-ପେ ଲାଗୁ ନେଇ ଏତେବଡ଼ ନିଷ୍ପତ୍ତି ପଛରେ ଅର୍ଥ ବିଭାଗର ଅନୁମୋଦନ ନାହିଁ । ଅର୍ଥବିଭାଗକୁ ଫାଇଲ୍ ବି ପଠାଯାଇନାହିଁ । ନଗର ଉନ୍ନୟନ ବିଭାଗ ନିଜେ ନିଜେ ନିଷ୍ପତ୍ତି ନେଇଯାଇଛି । ବିଭାଗ ମଧ୍ୟ ଏଥିପାଇଁ ଅତି ଚତୁର ଖେଳ ଖେଳିଛି । ନଗର ଉନ୍ନୟନ ବିଭାଗର ଅନୁମୋଦନ ପାଇଥିବା ପଦବୀ ଗୁଡ଼ିକ ପାଇଁ ଏହା ଲାଗୁହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ପ୍ରଶ୍ନ ଉଠୁଛି ନଗର ଉନ୍ନୟନ ବିଭାଗର ଅନୁମୋଦନ କ’ଣ ? ଯେ କୌଣସି ସରକାରୀ ବିଭାଗରେ ସ୍ଥାୟୀ ହେଉ କି ଠିକା ନିଯୁକ୍ତି ହେଉ ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ । ଅର୍ଥ ବିଭାଗର ଅନୁମତି ବିନା କୌଣସି ପଦବୀରେ ନିଯୁକ୍ତି ସମ୍ଭବ ନୁହେଁ । ଅନୁସନ୍ଧାନରୁ ଜଣାପଡ଼ିଛି ଅର୍ଥ ବିଭାଗକୁ ଅନ୍ଧାରରେ ରଖି ନଗର ଉନ୍ନୟନ ବିଭାଗ ହଜାର ହଜାର କର୍ମଚାରୀଙ୍କୁ ହୁଣ୍ଡା ମୂଲରେ ନିଯୁକ୍ତି ଦେଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ । ଏହି ବେଆଇନକୁ ଆଇନର ରୂପ ଦେବା ପାଇଁ ନିର୍ଦ୍ଦେଶନାମାକୁ ନିଜ ସପକ୍ଷରେ ମୋଡ଼ିବାକୁ ଉଦ୍ୟମ କରାଯାଇଛି । ନଗର ଉନ୍ନୟନ ବିଭାଗର ଅନୁମୋଦନ ପାଇଥିବା ପଦବୀଗୁଡ଼ିକ ଗ୍ରେଡ-ପେ ପାଇବାକୁ ଯୋଗ୍ୟ ବିବେଚିତ ହେବା ଅର୍ଥ, ବିଭାଗ ଆଖିବୁଜିଆ ଯାହାକୁ ନିଯୁକ୍ତି ଦେଇଛି ସମସ୍ତେ ପାଇବେ ଗ୍ରେଡ-ପେ । ତେଣିକି ଅର୍ଥ ବିଭାଗର ଅନୁମୋଦନ ନ ଥାଉ କି ପେ-ସ୍କେଲ୍ ନ ଥାଉ ଯାଏ ଆସେ ନାହିଁ ।

ଏଭଳି ନିଷ୍ପତ୍ତି ଫାଇଲ ଉପରେ ମନ୍ତ୍ରୀ ଦସ୍ତଖତ କରିଥିଲେ ମଧ୍ୟ ବେଆଇନ କାରସାଦି ସମ୍ପର୍କରେ ଅଜ୍ଞ ଥିବା ତାଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବିଭାଗର କିଛି ଅଫିସର ଓ କିରାଣୀ ଭଲ ଦି ପଇସା ପାଇ ଏତେବଡ଼ ବେଆଇନ କାର୍ଯ୍ୟକୁ ଆଇନରେ ପରିଣତ କରିଥିବା ସେ ମାନିଛନ୍ତି । ଏକ ବିଧିବଦ୍ଧ ରାକେଟ୍ ସକ୍ରିୟ ରହି ଏହି ଅସାଧୁ କାର୍ଯ୍ୟ କରିଛନ୍ତି । ନଗର ଉନ୍ନୟନ ବିଭାଗରୁ ଅର୍ଥ ବିଭାଗ ଯାଏଁ ଚେର ଲମ୍ବିଛି । କେବଳ କମ୍ୟୁନିଟି ଅର୍ଗାନାଇଜରଙ୍କ ଗ୍ରେଡ-ପେ ଲାଗୁ ପାଇଁ ପ୍ରାୟ କୋଟିଏ ଟଙ୍କାର କିକବ୍ୟାକ୍ ହୋଇଥିବା ଚର୍ଚ୍ଚା ହେଉଛି । ନିଜର ସ୍ୱାର୍ଥ ପାଇଁ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କା କ୍ଷତି ପହଞ୍ଚାଇଥିବା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

Previous Post

ବୈଜୟନ୍ତଙ୍କ ଦ୍ୱିତୀୟ ଟିଭି କନକ !

Next Post

ଲିଙ୍କନ୍ ଙ୍କୁ ନେଇ ଅଡୁଆରେ ସଞ୍ଜୟ

Next Post
ଲିଙ୍କନ୍ ଙ୍କୁ ନେଇ ଅଡୁଆରେ ସଞ୍ଜୟ

ଲିଙ୍କନ୍ ଙ୍କୁ ନେଇ ଅଡୁଆରେ ସଞ୍ଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA