Friday, April 17, 2026 06:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ବିଧାୟକ ଗୋଡ଼ ଧରିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେନି

by Our Correspondent
13 May, 2016- 06:25 AM
in Politics
1 min read
0
ବିଧାୟକ ଗୋଡ଼ ଧରିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେନି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାଚସ୍ପତିଙ୍କ ପୋଡ଼ିୟମ୍‌ ତଳେ ଧାରଣା ଦେଇଥିବା ବିରୋଧୀ ଦଳର ଏସ୍‌ସି/ଏସ୍‌ଟି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ବାସିରେ ପଚାରିନାହାନ୍ତି । ନ୍ୟାୟଭିକ୍ଷା କରି ବିଧାୟକମାନେ ତାଙ୍କ ଗୋଡ଼ତଳେ ପଡ଼ିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଡାଇ ଚାଲିଯାଇଛନ୍ତି । ଆଜି(ଶୁକ୍ରବାର) ବିଧାନସଭା ଆରମ୍ଭରେ ଏହି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଆଉ ଏତିକିରେ ବାଚସ୍ପତି ପ୍ରଶ୍ନୋତ୍ତର କାଳ ବାତିଲ କରି ଗୃହକୁ ୧୨.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରୁ ଧାରଣାରତ ଏସ୍‌ସି/ଏସ୍‌ଟି ବିଧାୟକମାନଙ୍କୁ ଗତକାଲି ବାହୁବଳ ଲଗାଇ ଟେକି ଫିଙ୍ଗି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ସେମାନଙ୍କ ପାଇଁ ଅଘୋଷିତ କର୍ଫୁଜାରି କରାଯାଇଥିଲା । ମାତ୍ର ବିଧାୟକମାନେ ଧାରଣାରୁ ନ ହଟି ବାଚସ୍ପତିଙ୍କ ଚାମ୍ବର ଆଗରେ ବସିଥିଲେ । ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତାଙ୍କ ଅନୁରୋଧକ୍ରମେ ସେମାନେ ଗୃହ ମଧ୍ୟକୁ ଆସି ଧାରଣା ଦେଇଛନ୍ତି । ତମାମ ରାତି ସେମାନେ ଗୃହ ଭିତରେ କାଟିଛନ୍ତି । ଆଜି ବିଧାନସଭା ଆରମ୍ଭରେ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ପ୍ରତି ଗୃହରେ ଶୋକପ୍ରସ୍ତାବ ଆଲୋଚନା ହୋଇଥିଲା । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଧାରଣାରତ ବିଧାୟକମାନେ ନିଜ ଆସନକୁ ନ ଫେରି ସେହି ଜାଗାରେ ଠିଆ ହୋଇ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଶ୍ରଦ୍ଧାଞ୍ଜଳି ଅର୍ପଣ ସରିବା କ୍ଷଣି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ତଳେ ସାଷ୍ଟାଙ୍ଗ ହୋଇ ପଡ଼ିଯାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି ଶୁଣନ୍ତୁ ବୋଲି ଗୁହାରିଆ ପଡ଼ିଥିଲେ ସେମାନେ ।

ଏତିକିରେ ମୁଖ୍ୟମନ୍ତ୍ରୀ ହଡ଼ବଡ଼େଇ ଯାଉଥିବା ବେଳେ ଦଳର ଚେଲାଚାମଣ୍ଡାମାନେ ତାଙ୍କ ଆସନ ପାଖକୁ ଧାଇଁ ଆସିଥିଲେ । ଆଉ ନିମିଷକେ ମୁଖ୍ୟମନ୍ତ୍ରୀଙ୍କୁ ଏସ୍‌କର୍ଟ କରି ଗୃହ ବାହାରକୁ ନେଇ ଯାଇଥିଲେ । ଆଦିବାସୀ ଓ ହରିଜନଙ୍କ ସ୍ୱାର୍ଥ ପାଇଁ ନ୍ୟାୟଭିକ୍ଷା କରୁଥିବା ଧାରଣାରତ ବିରୋଧୀ ବିଧାୟକଙ୍କ ବିନମ୍ର ଗୁହାରି ମୁଖ୍ୟମନ୍ତ୍ରୀଙ୍କ ଉପରେ କାଣିଚାଏ ବି ପ୍ରଭାବ ପକାଇଲାନି । ସେପଟେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ବାତିଲ କରି ଗୃହକୁ ତ୍‌ତକ୍ଷଣାତ ମୁଲତବୀ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବିଧାନସଭା ମାହୋଲ ବେଶ୍‌ ସରଗରମ ରହିଛି ।

Previous Post

ସୀମା ଲଂଘିଲା ବିଜେଡ଼ି ଅରାଜକତା

Next Post

ଆଶାୟୀ ମାଳ ମାଳ, ନବୀନଙ୍କ ଟେର୍‌ ନାହିଁ

Next Post
ଆଶାୟୀ ମାଳ ମାଳ, ନବୀନଙ୍କ ଟେର୍‌ ନାହିଁ

ଆଶାୟୀ ମାଳ ମାଳ, ନବୀନଙ୍କ ଟେର୍‌ ନାହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA