Wednesday, May 20, 2026 03:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି

by Our Correspondent
09 Apr, 2016- 08:04 PM
in Politics
1 min read
0
ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଛାତ୍ର ବିଜେଡ଼ି ସଭାପତି ବ୍ୟୋମକେଶ ଓରଫ୍‌ ବାପି ରାୟଙ୍କ ପାଇଁ ନିର୍ଲ୍ଲଜ ଓକିଲାତି କରିଛି ବିଜୁ ଜନତା ଦଳ । ଡି ବ୍ରଦର୍ସ-ଲିଙ୍କ୍‌ ଅଭିଯୋଗର ତଦନ୍ତ ଦାବି ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ମୁଖପାତ୍ର ଯେଭଳି ମାମଲାକୁ ଗାଲୁ ଠେଲିଛନ୍ତି ତାହା ଲୋକଙ୍କୁ ଦିନବେଳେ ଲଣ୍ଠନ ଦେଖାଇବା ଭଳି ହୋଇଛି । କେନ୍ଦୁଝରର ରଶ୍ମିରଞ୍ଜନ ଅପହରଣ ଓ ହତ୍ୟା ପଛରେ ନିଜର ସଂପୃକ୍ତି ଅଭିଯୋଗକୁ ଅଚିରେ ଚାପି ଦେବାରେ ସମର୍ଥ ହୋଇଥିବା ପ୍ରତାପ ଜେନାଙ୍କଠାରୁ ଅବଶ୍ୟ ଏହା ହିଁ ଆଶା କରିବା କଥା ।

ବାପି ରାୟଙ୍କ ପାଇଁ ଓକିଲାତି କରୁଥିବା ବିଜେଡ଼ି ଠିକ୍‌ ଜାଣିଛି ତାଙ୍କର ଅତୀତ ପୃଷ୍ଠଭୂମି । ଛାତ୍ର ଜୀବନରେ ବାପି ରାଜନୀତିର ର ଅକ୍ଷର ଜାଣି ନଥିଲେ କି କଲେଜ ଛାତ୍ର ସଂସଦ ନିର୍ବାଚନରେ କେବେ ବି ଲଢ଼ିନାହାନ୍ତି । ସେହି ଦୃଷ୍ଟିରୁ ତାଙ୍କର ନିଜସ୍ୱ ସଂଗଠନ ବୋଲେ କିଛି ନାହିଁ । ହେଲେ ସମସ୍ତଙ୍କୁ ଚକିତ କରି ପ୍ରଥମେ କଟକ ମଣ୍ଡଳ ଛାତ୍ର ବିଜେଡ଼ି ସଭାପତି ହେଲେ ବାପି । ପରେ ପରେ କଟକ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପଦକୁ ପ୍ରମୋସନ୍‌ ପାଇଗଲେ । ସେହି ସମୟରେ ପ୍ୟାରୀ ମହାପାତ୍ରଙ୍କ ଆର୍ଶିବାଦ ଲୋଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଲାଙ୍ଗୁଳ ଧରିଥିଲେ । ମାତ୍ର ୨୦୧୨ ମେ ୨୯ ପରେ ରାତାରାତି କଡ଼ ଲେଉଟାଇ ଦେବାଶିଷ ସାମନ୍ତରାୟଙ୍କ ପଟକୁ ଢ଼ଳିଗଲେ । ସେହି ସୁଯୋଗରେ ବାପିଙ୍କ ପ୍ରମୋଟରମାନେ ତାଙ୍କୁ ରାଜ୍ୟ ଛାତ୍ର ବିଜେଡ଼ିର ମୁଖିଆ କରିଦେଲେ । ଏମିତିକା ଆର୍ଶିବାଦ ପାଇଲେ ଯେ ରାତାରାତି ବିଧାୟକ ବନିଗଲେ ।

ଛାତ୍ର ରାଜନୀତିରେ ସଂଘର୍ଷ ଜାଣି ନ ଥିବା ବାପି ବିଜେଡ଼ି ଛାତ୍ର ରାଜନୀତିର ଶୀର୍ଷକୁ ଛୁଇଁବା ପଛରେ ରାଜନୈତିକ ଆର୍ଶିବାଦର ଅଙ୍କ ଭାରି ଜଟିଳ । ତେବେ ଆଜି ପର୍ଯ୍ୟନ୍ତ କଳଙ୍କର ପରଦା ଆଢ଼ୁଆଳରେ ଥିବା ବାପି କଟକ ଡେପୁଟି ମେୟର ଅଜୟ ବାରିକଙ୍କ ସ୍କର୍ପିଓ ଚଢ଼ିବା ଖବର ପଦାକୁ ଆସିଲା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସିଧା ଆରୋପ ଆସିଛି ଧଳସାମନ୍ତ ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର । ଦଳର ଜଣେ ଡେପୁଟୀ ମେୟରଙ୍କ ଗାଡ଼ି ଚଢ଼ିବାରେ କିଛି ଅପରାଧ ହୋଇନାହିଁ ବୋଲି ପ୍ରତାପ ଜେନା ବିଦ୍ରୁପ ହସରେ ସଫେଇ ଦେଉଛନ୍ତି । ହେଲେ ଡି-ବ୍ରଦର୍ସ ଲିଙ୍କଡ୍‌ ଅଜୁଙ୍କ ନୂଆ ସ୍କର୍ପିଓ ଓଆର ୦୫ ଏଫ-୦୦୦୧କୁ ବାପି ଖାଲି ଚଢ଼ୁ ନ ଥିଲେ ବରଂ ନିଜର କରିନେଇଥିଲେ । ଅଜୁ ଗାଡ଼ିଟିକୁ ଷ୍ଟେଟ୍‌ ବ୍ୟାଙ୍କରୁ ଋଣ ଆଣି କିଣିବା ପରେ କେଉଁ ପ୍ରେମରେ ବାପିଙ୍କୁ ଦାନ ଦେଇଥିଲେ ତାହା  କଟକୀ ନେତା ପ୍ରତାପ ଜେନାଙ୍କୁ ଅଜଣା ନ ଥିବ । ସେ ନିଜେ ଏମିତି ଗାଡ଼ି କିଣି କାହାକୁ ବଦାନ୍ୟତା ଦେଖାଇପାରିବେ ତ?

ଖାଲି ସେତିକି ନୁହେଁ, ଡି-ବ୍ରଦର୍ସ ଲିଙ୍କ୍‌ ଅଭିଯୋଗରେ ପୁଲିସ ଦ୍ୱାରା ଦୁଇ ଦୁଇ ଥର ଜେରା ହୋଇସାରିଥିବା କଟକ ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳ ବାପି ରାୟଙ୍କ ଆର୍ଶିବାଦ ଓ ଛତ୍ରଛାୟା ତଳେ କାୟା ବିସ୍ତାର କରିଥିବା କଟକରେ ସମସ୍ତଙ୍କୁ ଜଣା । ରଞ୍ଜିତା ଇନ୍ଦିରା ଗାନ୍ଧୀ ମହିଳା କଲେଜ ସଭାନେତ୍ରୀ ହେବାଠାରୁ ଆରମ୍ଭ କରି ବିଜେଡ଼ି କର୍ପୋରେଟର ହେବା ପଛରେ ବାପିଙ୍କର ଭୂମିକା ରହିଛି । ଆଉ ସେସବୁ ନିର୍ବାଚନରେ ସମସ୍ତ ଟଙ୍କା ଧଳସାମନ୍ତଙ୍କ ଭଣ୍ଡାରରୁ ଖର୍ଚ୍ଚ ହୋଇଥିବା ଦଳର ଅନେକ ନେତା କହିଛନ୍ତି । ସେହିଭଳି ଡି-ବ୍ରଦର୍ସ ଲିଙ୍କ୍‌ରେ ଗିରଫ ସମ୍ବିତ ବେହେରା ବି ବାପିଙ୍କ ଖାସ୍‌ ଟୋକା । ୨୦୧୩ ମସିହାରେ ଛାତ୍ର ବିଜେଡ଼ିର ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିଲେ ସମ୍ବିତ । ଗତ ନଭେମ୍ବର ୨୩ ରେ ଭୁବନେଶ୍ୱରରେ ଆୟୋଜିତ ଛାତ୍ର ସମାବେଶ ପାଇଁ କଟକରୁ ଯୋଗାଡ଼ିଆ ଦାୟିତ୍ୱ ଥିଲା ସମ୍ବିତଙ୍କର । ନିକଟରେ ମାର୍ଚ୍ଚ ୫ ବିଜୁ ଜନ୍ମ ଜୟନ୍ତୀ ପାଇଁ ପାର୍ଟି ଅଫିସରେ ପ୍ରସ୍ତୁତିି ବୈଠକଠାରୁ ଆରମ୍ଭ କରି ଭୁବନେଶ୍ୱର ସମାବେଶ ପାଇଁ ବି କଟକ ଦାୟିତ୍ୱ ସମ୍ବିତଙ୍କୁ ଦେଇଥିଲେ ବାପି । ମାତ୍ର ଲଜ୍ଜାର କଥା, ଡି ବ୍ରଦର୍ସ ଲିଙ୍କ୍‌ ରେ ସମ୍ବିତ ଗିରଫ ହେଲା କ୍ଷଣି ବାପି ଓ ଦଳର ନେତୃତ୍ୱ ତାଙ୍କୁ ନ ଚିହ୍ନିଲା ଭଳି ଅଭିନୟ କଲେ । ଦଳର ଏହି ମୁଖପାତ୍ର ପ୍ରତାପ ଜେନା ବି ସମ୍ବିତ ଦୁଇବର୍ଷ ହେଲା ଛାତ୍ର ସଂଗଠନ ସାଧାରଣ ସମ୍ପାଦକ ପଦରୁ ହଟିସାରିଥିବା ସଫେଇ ଦେଇଥିଲେ । ସୁତରାଂ ବିଜୁ ଜନତା ଦଳର ନ୍ୟସ୍ତସ୍ୱାର୍ଥ ନେତାମାନେ ସତକୁ କିଭଳି ଧର୍ଷଣ କରନ୍ତି ତାହା ଏଥିରୁ ସ୍ପଷ୍ଟ ।

ନିଜକୁ ସତୀ ବୋଲାଉଥିବା ବାପି ରାୟଙ୍କ କେଳେଙ୍କାରୀ ଫର୍ଦ୍ଦ ବି ଆହୁରି ଲମ୍ବା । ବିଜେଡ଼ି ଛାତ୍ର ସଂଗଠନର ମୁଣ୍ଡି ହୋଇଥିବା ଚୋରା ବନ୍ଧୁକ ବେପାରୀ ମନୋଜଙ୍କ ସମେତ କୁଖ୍ୟାତ ଚନ୍ଦନ ଓ ଚିକୁଙ୍କ ସହ ବାପିଙ୍କର ସମ୍ପର୍କ ସମସ୍ତଙ୍କୁ ଜଣା । ନିଜର ସ୍ୱାର୍ଥ ପାଇଁ ବିଜେଡ଼ି ଛାତ୍ର ସଂଗଠନର ଇଜ୍ଜତ ଉପରେ ସେମାନଙ୍କୁ ବାପି ପ୍ରତିଷ୍ଠା କରାଇଥିବା ନେଇ ଦଳୀୟ ଅସନ୍ତୋଷ ବି ରହିଛି । ବିଶେଷକରି ସିଆରଆରଆଇରେ ଚାକିରି କରି ବିଜେଡ଼ି ଛାତ୍ର ମୁଣ୍ଡି ହୋଇଥିବା ସ୍ମୃତିରଞ୍ଜନ ରାଉତ ଓରଫ୍‌ ଚିକୁଙ୍କ ସହ ବାପିଙ୍କର ଗୋପନ ସମ୍ପର୍କର ତଦନ୍ତ ହେଲେ ଅନେକ ମାରାତ୍ମକ ସତ ପଦାକୁ ଆସନ୍ତା ।

Previous Post

ପୁଣି ଆସୁଛି ସର୍ବସାଧାରଣ ଝଡ଼

Next Post

କହି ଦଉଥାଇ ପରକୁ.. ଲୁଲୁ ବି କମ୍‌ ନୁହଁନ୍ତି

Next Post
କହି ଦଉଥାଇ ପରକୁ..  ଲୁଲୁ ବି କମ୍‌ ନୁହଁନ୍ତି

କହି ଦଉଥାଇ ପରକୁ.. ଲୁଲୁ ବି କମ୍‌ ନୁହଁନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA