Friday, April 17, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବ୍ରେକିଂ ଖବର ରାଜନୀତି

by Our Correspondent
19 Apr, 2016- 06:27 PM
in News
1 min read
0
ବ୍ରେକିଂ ଖବର ରାଜନୀତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍‌ କଲେ । ଆଜି କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ତାଗିଦ୍‌ କରିଥିବାର ଚର୍ଚ୍ଚା କିଛି ଗଣମାଧ୍ୟମର ବ୍ରେକିଂ ଖବର ପାଲଟିଛି । ଖବରଟିର ସତ୍ୟାସତ୍ୟ କାହାରି ପାଖରେ ନାହିଁ କି କୌଣସି ମନ୍ତ୍ରୀ ଗଣମାଧ୍ୟମକୁ ବାଇଟ୍‌ରେ ଏକଥା କହିନାହାନ୍ତି । କ୍ୟାବିନେଟ୍‌ ବୈଠକ ଦେଖି ନ ଥିବା ବିଜେଡ଼ିର ଜଣେ ମୁଖପାତ୍ର ଉଡ଼ା ଖବର ଉପରେ ଚିରାଚରିତ ବାଇଟ୍‌ ଦେଇଛନ୍ତି ଯାହା ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମର ମାଧ୍ୟମ ହୋଇଛି ।

ଆମେ ଏ ସମ୍ପର୍କରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ଯୋଗାଯୋଗ କରିଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେଭଳି କିଛି ତାଗିଦ୍‌ କରି ନ ଥିବା ସେ କହିଛନ୍ତି । ନିଜ ନିଜ ବିଭାଗ ଉପରେ ମନ୍ତ୍ରୀମାନେ ଗଣମାଧ୍ୟମରେ କହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିବା ସେ କହିଛନ୍ତି । ଆଉ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେମାନେ ଦାମବାବୁଙ୍କ ମତ ସହ ଏକମତ ହୋଇ ଟିଭି ବ୍ରେକିଂ ନିଉଜ୍‌ ଉପରେ ନିଜେ ନିଜେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ସୂତ୍ରରୁ ମଧ୍ୟ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ତାଗିଦ୍‌ ଖବର ଉପରେ କୌଣସି ଟେର୍‌ ମିଳିନାହିଁ । ଏସବୁକୁ ଧରିଲେ ନିର୍ଦ୍ଦିଷ୍ଟ ଭାବେ ଦାମ ଓ ବିଜୟଶ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ଖବରର ଯେ ସତ୍ୟତା ନାହିଁ ତାହା ବୁଝି ହେଉଛି ।
ତେବେ ଏଭଳି ବ୍ରେକିଂ ଖବର ଗଣମାଧ୍ୟମକୁ ଆସିଲା କେମିତି? ଅନୁସନ୍ଧାନ ବେଳେ ଏହା ପଛରେ ଥିବା ରହସ୍ୟର ସୁରାକ୍‌ ମିଳିଛି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଭାବେ ଦୁଇ ପାୱାରଫୁଲ୍‌ ଯୁବମନ୍ତ୍ରୀ ଗଣମାଧ୍ୟମକୁ ଏହି ଖବର ଛାଡ଼ିଛନ୍ତି । ଖବରକୁ ବାଁ ଡାହାଣ କରି ଜନମାନସରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଏହି ଚାଲ୍‌ ଖେଳାଯାଇଛି । ଖାସ୍‌ କରି କ୍ୟାବିନେଟ୍‌ ବୈଠକ ପରେ ପରେ ତୃତୀୟ ମହଲାର ବ୍ଲୁ ଆଇଡ଼ ବନିଥିବା ଯୁବମନ୍ତ୍ରୀ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍‌କୁ ପ୍ରଥମେ ଏହି ଖବର ଛାଡ଼ିଥିଲେ । ଆଉ ଏଭଳି ଗରମ ପ୍ରସଙ୍ଗକୁ ବ୍ରେକିଂ ଖବର ଭାବେ ନେଇଥିଲା ସଂପୃକ୍ତ ଟିଭି । ଦେଖାଦେଖି ଅନ୍ୟମାନେ ଏହାକୁ କପି କରିନେଇଥିଲେ । ଖବରକୁ ନେଇ ଦ୍ୱନ୍ଦରେ ପଡ଼ିଥିବା ଆଉ ଚାନେଲ୍‌ ବିଜେଡ଼ି ମୁଖପାତ୍ରଙ୍କ ବାଇଟ୍‌ ଆଣି ଖବରର ଆଧାର ନାଁରେ କାମ ଚଳାଇ ଦେଇଥିଲେ ।

କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ଭଳି ଅପଭ୍ରଂଶ ଖବରକୁ ଗଣମାଧ୍ୟମରେ ଛାଡ଼ିବା ପଛରେ ନିର୍ଦ୍ଦିଷ୍ଟ ଯୁବମନ୍ତ୍ରୀଙ୍କ ଉଦ୍ୟେଶ ସ୍ପଷ୍ଟ ହୋଇଛି । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନେଇ ଗତ କିଛି ଦିନ ଧରି ଦଳରେ ଲାଗି ରହିଥିବା କନ୍ଦଳ ଓ ବରିଷ୍ଠ ନେତାଙ୍କ ମୁହଁରୁ ଯୁବମନ୍ତ୍ରୀଙ୍କ ଉପରେ ବିସ୍ଫୋରକ ବୟାନବାଜିର ଏହା ହେଉଛି କାଉଣ୍ଟର ଯୋଜନା । ବରିଷ୍ଠ ନେତାଙ୍କ ଟାର୍ଗେଟ୍‌ ହୋଇଥିବା ଯୁବମନ୍ତ୍ରୀମାନେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଗଣମାଧ୍ୟମରେ ଏଭଳି ନାଟକ ବିଛାଇଥିବା ସୂଚନା ମିଳିଛି । ଏଥିରୁ ଦଳ ଭିତରେ ଯୁବ ବନାମ ବରିଷ୍ଠଙ୍କ ଲଢ଼େଇ ଜଟିଳ ରୂପ ନେଇଥିବା ବାରି ହୋଇପଡୁଛି । ଏକଥା ସତ ଯେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟଙ୍କ ବୟାନ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢ଼ାଇଦେଇଛି । ବରିଷ୍ଠର ଦ୍ୱାହି ଦେଇ ନେତାମାନେ ଯୁବମନ୍ତ୍ରୀଙ୍କ କାଟ୍‌ତିକୁ ସହ୍ୟ କରିପାରୁ ନ ଥିବା ବେଳେ ଉଭୟ ସରକାର ଓ ଦଳର ସଂଗଠନକୁ ସମ୍ଭାଳିବାରେ ଏହି ଯୁବମନ୍ତ୍ରୀମାନଙ୍କ କଠିନ ପରିଶ୍ରମକୁ ଅଣଦେଖା କରିପାରୁନାହାନ୍ତି । ହାତଗଣତିଙ୍କ ପାଇଁ ସମଗ୍ର ଯୁବବର୍ଗଙ୍କୁ ବଦନାମ କରିବାର ଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅବୁଝା ହୋଇଥିବାରୁ ସେ ଚୁପ୍‌ ରହିଛନ୍ତି । ହୋଇପାରେ ଦଳରେ ବିବାଦ ଏଡାଇବାକୁ ମୁଖ୍ୟମନ୍ତ୍ରୀ ସାମଗ୍ରିକ ଭାବେ ମନ୍ତ୍ରୀମାନଙ୍କୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟପ୍ରତି ସଜାଗ କରିଦେଇଛନ୍ତି ।

Previous Post

ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

Next Post

ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

Next Post
ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA