Friday, April 17, 2026 12:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

by Our Correspondent
18 Apr, 2016- 02:33 PM
in News
1 min read
0
ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

ନୟାଗଡ଼(ମିଡ-ଡେ ଓଡ଼ିଶା): ୯୦ ବର୍ଷର ଦମ୍ପତ୍ତିଙ୍କୁ ୪୩ଂ ଖରାରେ ଦିନତମାମ ସିଝାଇଥିବା ଫତେଗଡ଼ ଥାନାବାବୁଙ୍କ ବର୍ବରତା ସୀମା ଲଂଘିଛି । ନାଟକୀୟ ଢ଼ଙ୍ଗରେ ଗତକାଲି ରାତି ଅଧରେ ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କୁ ଘରୁ ଉଠାଇ ଆଣି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ବିରୋଧରେ ୩୪୧,୩୨୬,୩୨୩,୨୯୪,୩୨୪,୩୫୪ ଏବଂ ୫୦୬ ଭଳି ସଙ୍ଗୀନ ଦଫା ଲଗାଯାଇଛି । ସାମାନ୍ୟ ଏକ ପାରିବାରିକ ବିବାଦରେ ପୁଲିସର ଏଭଳି ବର୍ବୋରଚିତ କାଣ୍ଡ ପଛରେ ଖୋଦ୍‌ ମନ୍ତ୍ରୀ ଅରୁଣ ସାହୁଙ୍କ ଇସାରା ରହିଥିବା ସ୍ପଷ୍ଟ ହୋଇଛି । ବୃଦ୍ଧ ଦମ୍ପତ୍ତିଙ୍କ ନିର୍ଦୋଷତା ଓ ଅସହାୟତାକୁ ବୁଝିଥିବା ଥାନାର ଜଣେ ପୁଲିସ କର୍ମଚାରୀ ଏକଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆମେ ସବୁ ବୁଝୁଛୁ । ମାତ୍ର ଆମର ଉପାୟ ନାହିଁ । ମନ୍ତ୍ରୀଙ୍କ ଆଡୁ ପ୍ରବଳ ଚାପ ପଡୁଛି ।

ଏଠାରେ ସୂଚନାଯୋଗ୍ୟ ଯେ ଘଟଣା ସମ୍ପର୍କରେ ଆମ ପ୍ରତିନିଧିଙ୍କଠାରୁ ଭଲଭାବେ ଅବଗତ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଉ ମନ୍ତ୍ରୀଙ୍କ ବୋଲକରା ତଥା କଲେଜ ସାଙ୍ଗ ଥାନାବାବୁ ସୁଧାକର ସାହୁଙ୍କ ସାମନାରେ ଦାଦାଗିରି ଦେଖାଉଥିବା ଅଭିଯୋଗକାରିଣୀ ବୋହୁଙ୍କ ଭାଇ ପ୍ରଭାତ ବଲିଆରସିଂ ଶାସକ ଦଳର କୁଜିନେତା । ନିଜେ ସେ ଭାପୁର ଡାକ୍ତରଖାନାରେ ଡ୍ରାଇଭର ଚାକିରି କରୁଥିଲା ବେଳେ ପତ୍ନୀ ହେଉଛନ୍ତି ବିଜେଡ଼ି ସରପଞ୍ଚ । ମନ୍ତ୍ରୀ ଅରୁଣଙ୍କ ଖାସ୍‌ଲୋକ ଭାପୁରର ବାହୁବଳୀ ବିଜେଡ଼ି ନେତା ଗୟାଧର ପରିଡ଼ାଙ୍କର ପ୍ରଭାତ ହେଉଛନ୍ତି ଡାହାଣ ହାତ । ଏହି ହିସାବରେ ପ୍ରଭାତଙ୍କୁ ସୁରକ୍ଷା ଦେବାକୁ ଅରୁଣ ଅଂଟା ଭିଡ଼ିଥିବା ପରିଷ୍କାର ହୋଇଛି । ଖାଲି ଅରୁଣ ନୁହଁନ୍ତି, ଏହି ମାମଲାରେ ମୁଣ୍ଡ ପୂରାଇଛନ୍ତି ବେଗୁନିଆର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବୁଢ଼ାବୁଢ଼ୀଙ୍କ ସପକ୍ଷରେ ନ ଯିବାକୁ ସେ ଥାନାବାବୁଙ୍କୁ ଚାପ ପକାଇଛନ୍ତି । ନିଜେ ଥାନାବାବୁ ଆମ ପ୍ରତିନିଧିଙ୍କ ଆଗରେ ଏକଥା ସ୍ୱୀକାର କରିଛନ୍ତି । ଏକ ସାମାନ୍ୟ ପାରିବାରିକ ଘଟଣାରେ ମନ୍ତ୍ରୀ, ବିଧାୟକଙ୍କ ଚାପରେ ବୁଢ଼ାବୁଢ଼ୀଙ୍କୁ ପୁଲିସର ତାଲିବାନ୍‌ ଶାସ୍ତି ଖବର ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ଉଲ୍ଲେଖଯୋଗ୍ୟ ଯେ ୯୦ ବର୍ଷର ଶାଶୁ, ଶ୍ୱଶୁରକୁ ଘରୁ ତଡ଼ିପାର୍‌ କରିଥିବା ବିଧବା ବୋହୁ ଶୁକ୍ରବାର ଥାନାରେ ଅଭିଯୋଗ କଲା ଦୁହେଁ ତାକୁ ବାଡେଇ ମୁଣ୍ଡ ଫଟେଇ ଦେଇଛନ୍ତି । ବୁଢ଼ାବୁଢ଼ୀଙ୍କ ପାଲଟା ଅଭିଯୋଗ ଥିଲା ବୋହୁ ସେମାନଙ୍କୁ ବିଧା ଗୋଇଠା ମାରି ନିସ୍ତୁକ ପିଟିଛି । ଏମିତିକି ବୋହୁର ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି ବୋଲି ଶ୍ୱଶୁର ବାନାମ୍ବର ସ୍ୱାଇଁ ଦର୍ଶାଇଥିଲେ । ତାଙ୍କ ଦୁର୍ଭାଗ୍ୟକୁ ରାଜନୈତିକ ଚାପର ବଶବର୍ତ୍ତୀ ଭାପୁର ଡାକ୍ତର ବାବୁ ବୋହୁର ତଥାକଥିତ ଆଘାତରେ ଯୁଦ୍ଧକାଳୀନ ଷ୍ଟିଚ୍‌ ପକାଇ ପୁଲିସକୁ ରିପୋର୍ଟ ଦେଇଥିଲା ବେଳେ ବୃଦ୍ଧ ବାନାମ୍ବରଙ୍କୁ ନାଲି ଆଖି ଦେଖାଇ ଫେରାଇ ଦେଇଥିଲେ । ଚିକିତ୍ସାରୁ ବଞ୍ଚିତ ବୃଦ୍ଧ ବାନାମ୍ବର ନିଜ ଗାମୁଛାରେ ପଟି ଭିଡ଼ିଥିଲେ । ଥାନାବାବୁ  ସବୁ ଦେଖୁଥିଲେ ବି  ରାତି ୧୨ଟା ଯାଏଁ ବୁଢ଼ାବୁଢ଼ୀଙ୍କୁ ଅଖିଆ ଅପିଆ ବସାଇ ରଖିଥିଲେ ।

ପରଦିନ ସକାଳ ୮ଟାରୁ ରାତି ୬ଟା ଯାଏଁ ଥାନାବାବୁ ବୁଢ଼ାବୁଢ଼ୀଙ୍କୁ ଥାନା ବାହାରେ ୪୩ଂ ଖରାରେ ବସାଇ ରଖିଲେ । ଜନୈକ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ କଥା ଛିଣ୍ଡିଲା ସୋମବାର ମାମଲାର ଫୈସଲା ହେବ । ରବିବାର ଦିନ ତମାମ ପୁଲିସ ନିଜ ଭଲମନ୍ଦ ବୁଝାସୁଝା କରି ସେହି ଆଭିମୁଖ୍ୟରେ ରହିଲା । ମାତ୍ର ରାତି ୪ ଟା ବେଳକୁ ପୁଲିସ ଅଚାନକ ନିଃସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ସେମାନେ ଭଡ଼ାରେ ରହୁଥିବା ଜାମୁସାହିସ୍ଥିତ କୁଡ଼ିଆ ଘରୁ ଉଠାଇନେଲା । ଭୟ ଓ ଚିନ୍ତାରେ ୪ ଦିନ ଧରି ଉପାସ ଥିବା ଦମ୍ପତ୍ତି ଭୋ ଭୋ କାନ୍ଦି ସମସ୍ତଙ୍କୁ ବିକଳିଆ ହୋଇ ଚାହୁଁଥିଲେ । ଦିନ ପ୍ରାୟ ସାଢ଼େ ୧୨ ଟା ବେଳକୁ ପୁଲିସ ଏକା ବୃଦ୍ଧ ବାନାମ୍ବରଙ୍କୁ କୋର୍ଟ ଚାଲାଣ କରିଥିଲା। ଏବେ ସେ ଖଣ୍ଡପଡ଼ା ଜେଲ୍‌ର ଚାରିକାନ୍ଥ ଭିତରେ ।

Previous Post

ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

Next Post

ବ୍ରେକିଂ ଖବର ରାଜନୀତି

Next Post
ବ୍ରେକିଂ ଖବର ରାଜନୀତି

ବ୍ରେକିଂ ଖବର ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA