Thursday, April 30, 2026 04:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରମିକଙ୍କୁ ମାସକର ଘରଭଡ଼ା ଛାଡ଼

by Our Correspondent
29 Mar, 2020- 09:51 PM
in Latest News, News
1 min read
0
ଶ୍ରମିକଙ୍କୁ ମାସକର ଘରଭଡ଼ା ଛାଡ଼

ଶ୍ରମିକଙ୍କୁ ମାସକର ଘରଭଡ଼ା ଛାଡ଼

ଘର ମାଲିକମାନେ ଶ୍ରମିକଙ୍କ ମାସକର ଘରଭଡ଼ା ଛାଡ଼ କରିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପକ୍ଷରେ ଭଡ଼ାରେ ରହୁଥିବା ଶ୍ରମିକ ଓ ଛାତ୍ରଙ୍କୁ ସଂପୃକ୍ତ ମାଲିକ ଘର ଖାଲି କରିବାକୁ କହିଲେ ଦଣ୍ଡିତ ହେବେ । ଏହାକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫସି ରହିଥିବା ଗରିବ ଲୋକଙ୍କ ରହିବା, ଖାଇବାର ଅସ୍ଥାୟୀ ବନ୍ଦୋବସ୍ତ କରିବାକୁ ବି କୁହାଯାଇଛି । ଘରକୁ ଫେରୁଥିବା ଶ୍ରମିକଙ୍କୁ ଅତିକମ୍ ରେ ୧୪ ଦିନ ପର୍ଯ୍ୟନ୍ତ ରଖିବାର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ । ଶ୍ରମିକମାନେ କାମ କରୁଥିବା କମ୍ପାନୀ ଓ ଦୋକାନୀମାନେ ସଂପୃକ୍ତ ଶ୍ରମିକଙ୍କ ମାସକର ପାଉଣା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜିଲ୍ଲାଗୁଡ଼ିକର ସୀମାକୁ ସିଲ୍ କରିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ସହର ଭିତରେ ଯାଇଥିବା ରାଜପଥରେ ଗମନାଗମନ ବନ୍ଦ କରିବାକୁ କୁହାଯାଇଛି । ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ୱ ଦେବା ସହ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରବାସୀଙ୍କୁ ସୀମାନ୍ତରେ ଅଟକାଅ: ହାଇକୋର୍ଟ

ବର୍ତ୍ତମାନର ପରିସ୍ଥିତିରେ ବାହାରୁ ରାଜ୍ୟକୁ ଫେରୁଥିବା ଲୋକଙ୍କୁ ସୀମାନ୍ତରେ ଅଟକାଇବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଜିଲ୍ଲାଗୁଡ଼ିକ ଭିତରେ ମଧ୍ୟ ଏହି ନିୟମ ପାଳନ ହେବ । ଅଟକ ଜାଗାରେ ସେମାନଙ୍କ ରହିବା, ଖାଇବା ପିଇବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ଚରିବାକୁ କୁହାଯାଇଛି । ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଚିନ୍ତା ବଢ଼ାଇଲେ ୨୮୫୬ ପ୍ରବାସୀ

୧୪ ଦିନ ତଳେ ପ୍ରବାସରୁ ଫେରିଥିବା ୨୮୫୬ ଲୋକ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଜିଲ୍ଲାସ୍ତରୀୟ ସର୍ଭେଲାଇନ୍ ଟିମ୍ ର ନଜରକୁ ମଧ୍ୟ ଆସିନାହାନ୍ତି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଆଜି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏଥିପାଇଁ ଉଦବେଗ ପ୍ରକାଶ କରିଛନ୍ତି । ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖା ନଗଲେ ଅନ୍ୟମାନଙ୍କୁ ସଂକ୍ରମଣର ଭୟ ଥିବାରୁ ତୁରନ୍ତ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଅଞ୍ଚଳରୁ ଆସିଥିବା ବ୍ୟକ୍ତିଙ୍କ ଲକ୍ଷଣ ଥାଉ କି ନ ଥାଉ ତୁରନ୍ତ ଚିହ୍ନଟ କରି ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିବାକୁ କୁହାଯାଇଛି ।

ପ୍ରବାସୀଙ୍କ ପାଇଁ ନୋଡାଲ୍ ଅଫିସର

ଲକ୍ ଡାଉନ୍ ଯୋଗୁଁ ଅସୁବିଧାରେ ଥିବା ପ୍ରବାସୀଙ୍କ ଲାଗି ରାଜ୍ୟ ସରକାର ନୋଡାଲ୍ ଅଫିସର ନିଯୁକ୍ତ କରିଛନ୍ତି । ବରିଷ୍ଠ ଅଧିକାରୀମାନଙ୍କୁ ଭିନ୍ନ ଭିନ୍ନ ରାଜ୍ୟର ଦାୟିତ୍ୱ ଦିଆଯାଇଛି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ କଥା ସେମାନେ ବୁଝିବେ । ରାଜ୍ୟ ଓ ଦାୟିତ୍ୱରେ ଥିବା ଅଧିକାରୀମାନେ ହେଲେ: ତେଲେଙ୍ଗାନା-ୟେଦୁଲା ବିଜୟ, ଆନ୍ଧ୍ରପ୍ରଦେଶ- ବି.ପରମେଶ୍ୱରନ୍, ପଶ୍ଚିମବଙ୍ଗ- ଭାସ୍କରଜ୍ୟୋତି ଶର୍ମା, ଗୁଜରାଟ- ଜେ.ନୀତିନ୍ ଭାନୁଦାସ, ମହାରାଷ୍ଟ୍ର- ରାଜେ ପ୍ରଭାକର ପାଟଇଲ, ତାମିଲନାଡୁ- ଚିତ୍ରା ଅରୁମୁଗମ୍, ବିହାର ଓ ଝାଡ଼ଖଣ୍ଡ- ମହମ୍ମଦ ସିଦ୍ଦିକ୍ ଆଲାମ୍, କେରଳ- ଏମ୍.ମୁଥୁକୁମାର, ନୂଆଦିଲ୍ଲୀ- ସଞ୍ଜୀବ ମିଶ୍ର । ଅନ୍ୟ ସବୁ ରାଜ୍ୟ ଦାୟିତ୍ୱ ଅମିତାଭ ଠାକୁରଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ପୁଲିସ କର୍ମଚାରୀଙ୍କୁ ୮ ଘଣ୍ଟା ଡ୍ୟୁଟି, ସପ୍ତାହରେ ଦିନେ ଛୁଟି

ଷ୍ଟ୍ରିଟ୍ ରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କୁ ଅତ୍ୟଧିକ ଚାପରୁ ମୁକ୍ତି ଦିଆଯାଇଛି । ଦୈନିକ ସେମାନେ ୮ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରିବେ ନାହିଁ । ସପ୍ତାହରେ ଗୋଟିଏ ଦିନ ଛୁଟି ପାଇବେ । ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଆଜି ପୁଲିସ ଡିଜି ଅଭୟ ଭିଡ଼ିଓ କନଫରେନ୍ସିଂ ଯୋଗେ ସବୁ ଜିଲ୍ଲାର ଏସପି ଏବଂ ଟ୍ୱିନ୍ ସିଟି ଡିଏସପିଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାରେ ଫସିଛନ୍ତି ୧୫,୬୦୦ ଶ୍ରମିକ

ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟର ୧୫,୬୦୦ ଶ୍ରମିକ ଓଡ଼ିଶାରେ ଅଟକି ରହିଛନ୍ତି । ଅଧିକାଂଶ ଶ୍ରମିକ ହେଉଛନ୍ତି ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଆନ୍ଧ୍ର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର । ଏହି ଶ୍ରମିକଙ୍କ ରହିବା, ଖାଇବାପିଇବା ବୁଝିବା ପାଇଁ ୧୦୪ ଟି କ୍ୟାମ୍ପ୍ କାମ କରୁଛି ବୋଲି ରାଜ୍ୟ ଶ୍ରମ ନିୟୋଜନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମନରେଗା କର୍ମଜୀବୀଙ୍କ ପାଇଁ ନବୀନ ମାଗିଲେ ୩୮୦.୩୯ କୋଟି

ରାଜ୍ୟରେ ମନରେଗା କର୍ମୀଜୀବୀମାନଙ୍କୁ ୨୧ ଦିନର ପାରିଶ୍ରମିକ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚଳିତବର୍ଷ ରାଜ୍ୟରେ ୩୬,୧୦,୭୯୭ ମନରେଗା କର୍ମଜୀବୀ ଅଛନ୍ତି । ଲକଡାଉନ୍ ପାଇଁ ମନରେଗା ଏହି କର୍ମଜୀବୀମାନେ ଜୀବିକା ହରାଇଥିବାରୁ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ସେମାନଙ୍କ ସଂସାର ଚଳିବା ପାଇଁ ୩୮୦.୩୯ କୋଟି ମଂଜୁର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
Previous Post

ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟର ଅନୁଧ୍ୟାନ କଲେ ପାଣ୍ଡିଆନ୍

Next Post

ଅଶ୍ୱିନୀ ହେବ କୋଭିଡ୍ ହସ୍ପିଟାଲ୍

Next Post
ଅଶ୍ୱିନୀ ହେବ କୋଭିଡ୍ ହସ୍ପିଟାଲ୍

ଅଶ୍ୱିନୀ ହେବ କୋଭିଡ୍ ହସ୍ପିଟାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA